prabhu tobo su kalyaano ey poribaaronku daano

ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ 

କରି ତୁମ୍ଭ ପ୍ରତି ପ୍ରେମ ଜନ୍ମାଅ ଯାବଜ୍ଜୀବନ । ଘୋଷା ।

ଏ ପରିବାର ତୁମ୍ଭର ପ୍ରିୟପୁତ୍ର ଯୀଶୁଙ୍କର

ନାମରେ ଦୃଢ଼ ବିଶ୍ୱାସ ରଖି କାଟନ୍ତୁ ଜୀବନ । ୧ ।

ତୁମ୍ଭ ପ୍ରତି ଭୟ ପ୍ରେମ, ଧର୍ମଶାସ୍ତ୍ର ଅଧ୍ୟୟନ

ନିବେଦନ ବା ଗାୟନ କରିବାର ନୋହୁ ଶୂନ୍ୟ । ୨ ।

ତବ ମନ୍ଦିରର ପ୍ରତି   ସର୍ବ ଧର୍ମ କର୍ମ ପ୍ରତି 

ସର୍ବାବସ୍ଥାରେ ଏହାଙ୍କ ଭକ୍ତି କରାଅ ଉତ୍ପନ୍ନ । ୩ ।

ଏ ପରିବାରର କର୍ତ୍ତା ପ୍ରେମ ବିଶ୍ୱାସ ଭରସା

ଧରି ପରିବାର ପ୍ରତି ଦେଖାନ୍ତୁ ସଦାଚରଣ । ୪ ।

ଏ ପରିବାର-ସନ୍ତାନ ସାନ୍ତାଣୀ ସମସ୍ତ ଜନ 

ସତ୍ୟ ଧର୍ମେ ଆଚରଣ କରିବାକୁ ଦିଅ ଜ୍ଞାନ । ୫ ।

ଏ ପରିବାର ତୁମ୍ଭର ଗୌରବ ଓ ମହିମାର

ପ୍ରକାଶକାରୀ ହେଉନ୍ତୁ ଅନ୍ଧାରେ ଆଲୁଅ ସମ । ୬ ।

ଶେଷେ ଅତି ସମ୍ଭ୍ରମରେ ତୁମ୍ଭ ସ୍ୱର୍ଗ ପରିବାରେ

ପ୍ରବେଶି ଅମର ସୁଖ ଭୋଗନ୍ତୁ ଅନନ୍ତ ଦିନ । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *