ନାଚିବାରେ ନାଚିବା ଗାଇବାରେ ଗାଇବା
ଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବା
ଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା)
ପ୍ରାର୍ଥନା କଲେ ମିଳଇ ଶାନ୍ତି
ସେଥିରେ ଅଛି ମହାମୁକତି
ପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧|
ପ୍ରାର୍ଥନା କେବେ ନକର ସାନ
ପ୍ରାର୍ଥନା କଲେ ହେବ ମହାନ
ଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨|
ଯୀଶୁଙ୍କୁ ଆମେ କଲେ ନିଜର
ଏ ଆପା ହେବ କେଡେ ସୁନ୍ଦର
ଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… |୩|
ପ୍ରାର୍ଥନା ଯେବେ ହେବ ଆମର
ମନରୁ ଅମ ଘୁଚିବ ଡର
ହୃଦୟ ଖୋଲି ଯୀଶୁ ବାପାଙ୍କୁ ସବୁ କଥା କହିବା … I୪I
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.