kaha mana eki mahaschajya

କହ ମନ, ଏକି ମହାଶ୍ଚର୍ଯ୍ୟ ନୁହଇ !
ମୋତେ ଅନାଇଲେ ଯୀଶୁ ସୁଦୟା ବହି … (ଘୋଷା)

ପାପ ଅଧର୍ମରେ ମରିଥିଲି ଯେ ମୁହିଁ,
ଉଠାଇଲେ ମତେ ସେହି ଜୀବନ ଦେଇ … |୧|

ପାପ କଳଙ୍କରେ ଥିଲି କଳଙ୍କା ହୋଇ,
ନିଜ ରୁଧୁର ଦେଇ ସେହି ଦେଲେ ଧୋଇ … |୨|

ଖତରାଶିରେ ମୁଁ ଥୁଲି ହିନସ୍ତା ହୋଇ,
ରାଜପଦେ ସଂସ୍ଥାପନ କଲେ ଯେ ସେହି … |୩|

କେମନ୍ତେ ପଡିଲି ତାଙ୍କ ମନରେ ମୁହିଁ,
ମୋତେ ଅନାଇଲେ ସେହି ସ୍ବର୍ଗରେ ଥାଇ … |୪|

ପ୍ରେମପାତ୍ର ନଥିଲେ କି ସ୍ବର୍ଗରେ କେହି,
ଏ ସଂସାରକୁ ମୋ ପାଇଁ ଆସିଲେ ସେହି … |୫|

କୀଟ ମାତ୍ର ମୁହିଁ, ଲୋକେ ଗଣା ନୁହଇ
ମୋ ବିନା କି ତାଙ୍କ କ୍ଷତି ପାରନ୍ତା ହୋଇ ? … |୬|

ଦେଖ ମନ କି ଅଗମ୍ୟ ପ୍ରେମଟି ଏହି !
ପାଇବାକୁ ନ ପାରନ୍ତି ତା ଅନ୍ତ କେହି … |୭|

କାଟିବି ଜୀବନ ମୁଁ ତାଙ୍କ ଗୁଣ ଗାଇ,
ଅନ୍ୟ ପ୍ରତିଦାନ ମୋର ଦେବାକୁ ନାହିଁ … |୮|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *