aahe biswa karata asa

ଆହେ ବିଶ୍ବ କରତା ଆସ,
ଆସ ବାରେ ମମ ହୃଦୟରେ ।
ନୂଆ ଅନୁଭବ ଦିଅ ମୋ ଜୀବନେ
ପ୍ରଭୁ ହେ ତବ ଆଗମନରେ । (ଘୋଷା)


ଭାଗି ଚୁରି ମମ କଳୁଷ ଜୀବନ,
ନୂଆ କରି ଗଢି ତୁମ ରୂପରେ ।
ନୂଆ ଜନମର ଅନୁଭବେ ପ୍ରାଣ,
ଉଛୁଳି ଉଠୁ ଆଜି ଆନନ୍ଦରେ |୧|

ଦିଅ ପ୍ରଭୁ ଏକ ନୂତନ ହୃଦୟ,
ନୂତନ ସୃଭାବ ମୋ ଜୀବନରେ ।
ତୁମରି ଜୀବନ ଦିଅ ମୋ ଜୀବନେ,
ଦେଖାଇବି ଯେହ୍ନେ ଏ ମରତରେ |9|


କରେ ଦିଅ ମୋ ତବ ଜୟ ଗୀତି
ହୃଦୟେ ଭରୁ ତବ ମହା ପ୍ରେମରେ ।
ବିଜୟୀ ଜୀବନ ଦିଅ ପ୍ରଭୁ ସଦା,
ସ୍ଥିର ରଖ ତୁମ ବିଶ୍ବାସରେ |୩|

ଚଳାଅ ଜୀବନ ତୁମରି ପଥରେ,
ରହି ସଦା ମମ ହୃଦୟରେ ।
ପହଂଚାଅ ଶେଷେ ସରଗ ସିୟୋନେ,
ଏହି ଜୀବନର ପର ପାରେ |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *