antara dekhanti antarjami

ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି
ବୁଝନ୍ତି ମନର ବେଦନା
ଅଶାନ୍ତି ହୃଦୟ ତାଙ୍କ ବିନା
କିଏ ଦେଇପାରେ ଶାନ୍ତି ସାନ୍ତନା … |୦|

ଲୋତକର ଭାଷା ବୁଝି ସେ ପାରନ୍ତି।
ଲୋତକର ଧାରା ସେ ପୋଛି ଦିଅନ୍ତି
କ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତି
ଦିଅନ୍ତି ଅନ୍ତରରେ ସାନ୍ବନା |୧|

ମନର ଭାବନା ସେ ଜାଣି ପାରନ୍ତି।
କଳପନା ଯେତେ ସେ ବୁଝିପାରନ୍ତି
କିଛି ହିଁ ନୁହେଁ ତାଙ୍କ ଅଗୋଚର
ମଣିଷ ତା ବୁଝି ପାରେନା
ତଥାପି ସେ ଫେରି ଆସେନା |୧|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *