prati prabhata re srusti kartankara

ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କର
କରୁଣା ସ୍ମରଣ କର ।
ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)
ଚରଣେ ଅର୍ପଣ କର …. (ଘୋଷା)

ସୂର୍ଯ୍ୟର ତଳେ ସବୁହିଁ ଅସାର ହ୍ରାନ୍ତିରେ ପରିପୂର୍ଣ୍ଣ
ତୃପ୍ତ ନୁହଁଇ ମଣିଷ କାମନା ଜୀବନ ଅଟଇ ଜୀର୍ଣ୍ଣ ।
ସାର ଯେ କେବଳ ପ୍ରଭୁରେ ବିଶ୍ବାସ
ହୃଦୟେ ଧାରଣ କର … |୧|

ଅନନ୍ତ ଅସୀମ ସେ ପରମେଶ୍ବର ଅନାଦି ଆନନ୍ଦ ସେହି
ସକଳ ସୃଷ୍ଟି ପ୍ରକାଶେ ମହିମା ବନ୍ଦନା ତାଙ୍କରି ପାଇଁ
ଅନନ୍ତ ଜ୍ୟୋତି ସେ ତାଙ୍କରି ଆଲୋକ
ହୃଦୟେ ଧାରଣ କର …. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *