ଅନନ୍ତ ଜୀବନ ପଥେ ମୋତେ ନେଇଯାଅ
ଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା)
ଶୟତାନ ଆଣେ କେତେ ପରୀକ୍ଷା ଜୀବନେ
ଆଘାତ କରଇ ସେ ଯେ ଖାଲି ଅକାରଣେ
ଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧|
ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀ
ଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀ
ବିଶ୍ବାସ ନଉକା ମୋର ପାରି କରି ନିଅ … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.