ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ,
ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୧ ।
ଜଗତ ସେ ଆଦ୍ୟରେ
ପୂର୍ଣ୍ଣ କଲେ ଦୀପ୍ତିରେ, ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୨ ।
ସମସ୍ତଙ୍କୁ ପାଳନ
କରନ୍ତି ଦିନୁ ଦିନ, ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୩ ।
ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ,
ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୪ ।
ଦେଖି ଆମ୍ଭ ଦୁଃଖକୁ
କୋଳୁଁ ଦେଲେ ପୁତ୍ରଙ୍କୁ,
ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୫ ।
ଏଣୁ ଗାଇବା ନିତି ତାଙ୍କ ପ୍ରଶଂସା ସ୍ତୁତି,
ଯେହେତୁ ଚିରସ୍ଥାୟୀ
ତାଙ୍କ କୃପା ଅଟଇ । ୬ ।