ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେ
ସମୀର ନାଚଇ ଗହନ ବନରେ….
ସାଗରେ ଖେଳେ ତରଙ୍ଗରେ
ସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….
ନାଚି ନାଚିକା ଗାଇ ଗାଇକା
ଭାସି ଯାଉ…..(ଘୋଷା)

ପୁଲକେ ଧରଣୀ ରାଣୀ ଆକାଶେ ମିଶି
ଆକାଶ ବକ୍ଷେ ବଉଦ ଯାଉଛି ଭାସି
ଧରଣୀର ନବ ଗାନେ, କୋଇଲିର ମଧୁସ୍ମନେ ( ୨ ଥର)
ନାଚିଯିବା, ଗାଇଯିବା, କାନେ କାନେ କହିଯିବା
ମହାନନ୍ଦରେ…..|୧|

ପୂରୁବ ଦିଗେ ଜ୍ୟୋତିଷ ତାରକା ଦେଖି
ନିରୀକ୍ଷନ୍ତି ପୁସ୍ତକକୁ ଶୀଘ୍ର ତନଖି ( ୨ ଥର)
ସୁନା, କୁନ୍ଦୁରୁ, ଗନ୍ଧରସ, ଭେଟିନେଇଁ ତାଙ୍କ ପାଶ ( ୨ ଥର)
ଆପାତି ପ୍ରଣମିଲେ, ଆନନ୍ଦରେ
ବେଥିଲିହିମେ…..| ୨ |

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *