swargio sinhaasono ru nirgata nadi tire

ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ 

ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା ।

 

ହଁ, ମିଳିବା ସର୍ବ ଶେଷେ

ଯୁବାମେଷ ସିଂହାସନ ପାଶେ, ସାଧୁମାନଙ୍କର ସହବାସେ,

ସେ ରମ୍ୟ ନଦୀ ପାଶେ । 

 

ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ,

ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ ।

 

 ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ ନଦୀ ତୀରେ,

ବୁଲିବା ଭଜିବା ଯାଇ ସିଂହାସନ କତିରେ । ୩ ।

ତ୍ରାଣକର୍ତ୍ତାଙ୍କର ମୁଖ ନିତ୍ୟ ଅବଲୋକନେ,

ଗାଇବେ ଅନନ୍ତ କାଳ ଆନନ୍ଦେ ସାଧୁମାନେ । ୪ । 

 

ନୋହିବା ଯାଏ ପ୍ରବେଶ ସେ ନଦୀ ନିକଟରେ

ହୋଇବା ସୁସ୍ଥିର ଚିତ୍ତ ଅଟଳ ଭରସାରେ । ୫ ।

Leave a comment

Your email address will not be published. Required fields are marked *