ପାପୀ ମରିଯାରେ କୁଶପରେ
ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ( ୨ ଥର)
ଫମ୍ପା ଢୋଲ ତୁ ବୃଥାରେ (ଘୋଷା)
ଅସଂଖ୍ୟ ପରଜା କଲେ ଯାର ପୂଜା
କାହିଁ ସେ ପ୍ରତାପୀ ଫାରୋ ମହାରାଜା
ସମୁଦ୍ରରେ ତା’ର ଗରବ ଭାଙ୍ଗିଲା
ମଢ଼ା ଭାସିଲା ପାଣିରେ; ହେଲା ବିଭୁଙ୍କର ନିର୍ଦ୍ଦେଶରେ || ୧ ||
ଧନରେ ଧନୀର ଫାଟିଲା ଭଣ୍ଡାର
ଲାଜାରକୁ କଲା କେତେ ହତାଦର
ସମ୍ପତ୍ତି ବାଡ଼ି ତା’ ମର୍ତ୍ତ୍ୟରେ ରହିଲା
ନ ନେଲା ତାକୁ ସ୍ୱର୍ଗରେ, ଅବ୍ରାହମ କୋଳେ ଲାଜାରରେ || ୨ ||
ରାଜା ଶଲୋମନ ଅତି ଜ୍ଞାନବାନ
ଧନ ଜନ ମାନେ ଥିଲା ପରିପୂର୍ଣ୍ଣ
ଭୋଗି ତା’ ସଂସାର ହୋଇଲା ଅସାର
ଅସାର ସବୁ ଅସାର; ସାର କିଛି ନାହିଁ ଜଗତରେ ||୩||
ଲାଭ, ଯଶ ଇଛା ଆଉ ତୁ ନ କର
ସୁଖ ଲାଳସାକୁ କୁଶରେ ତୁ ମାର
ସ୍ଵାର୍ଥଟିକୁ ନିଜ ବଳି ରୂପେ ଦେଇ
ମରି ଯା’ରେ କୁଶପରେ, ଫଳ ଫଳିବୁ ଶହେ ଗୁଣରେ ||୪||