halleluyah halleluyah gaiba

ହାଲିଲୁୟା ହାଲିଲୁୟା ଗାଇବା ଆସ ଆନନ୍ଦରେ
ସଦାପ୍ରଭୁ ପରମେଶ୍ୱର ସେବିବା ସତ୍ୟ ଆତ୍ମାରେ (ଘୋଷା)

ଯିହୋବା-ଯିରି, ତାହାଙ୍କ ନାମ,ଯୋଗାନ୍ତି ସକଳ ପ୍ରୟୋଜନ
ଯିହୋବା-ନିଶି, ପାପ ବିନାଶି, ଜୟଦାତା ଜୀବନ ସମରେ || ୧ ||

ଶାନ୍ତିଦାତା ଶାଲେମ ରାଜନ ତାଙ୍କ ରାଜ୍ୟ ଅଟେ ଚିରନ୍ତନ
ତାଙ୍କ ପରଜା ଆମେ ସରବେ, ଭୋଗିବୁ ସୁଖ ସରଗରେ || ୨ ||

ନିକଟବର୍ତ୍ତୀ ଯିହୋବା-ଶାମା, କେ ପାରେ ବଣ୍ଟି ତାଙ୍କ ମହିମା
ଯିହୋବା-ରାଫା ଆରୋଗ୍ୟକାରୀ, ଚିରସାଥୀ ଦୁଃଖ ସୁଖରେ || ୩ ||

ପାଳକ ଆମ ଯିହୋବା-ରୋହୀ, ମୁକତିଦାତା ସେ ମୃତ୍ୟୁଞ୍ଜୟୀ
କର ଭଜନ ହେ ଭକ୍ତଗଣ ମଧୁମୟ ଯୀଶୁ ନାମରେ || ୪ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *