saja phula mu saja phula

ସଜ ଫୁଲ ମୁଁ ସଜ ଫୁଲ
ଏଦନ ଉଦ୍ୟାନରେ (ମଣ୍ଡଳୀ ଉପବନେ)
ଆମେ ଫୁଟା ସଜ ଫୁଲ
ସାତ ରଙ୍ଗରେ ରଙ୍ଗା ଯେ ଆମେ
ପ୍ରଭୁ ଦେଇଛନ୍ତି ଶୋଭା ଆମ … (ଘୋଷା)

ଏ ରୂପ ଦେଇଛନ୍ତି ଯେଉଁ ରଚକ
ସାରା ଦୁନିଆଁର ସେ ସଂସ୍ଥାପକ
ମନ ଲାଗେ ଆମେ ହୋଇ ଗଳାହାର
ତାଙ୍କରି ବକ୍ଷରେ ଝୁଲୁ ଥିବ ଚୀର
ଝଲସିବୁ ଦିନମଣୀ ସମ … |୧|

ସୁବାସ ଦେଇଛନ୍ତି ମୋ ପାଖୁଡ଼ାରେ
ମୋହିତ ହୋଇଯାନ୍ତି ମୋ ସୁଗନ୍ଧରେ
ତାଙ୍କ ଆଶିଷରେ ଏହି ମୋ ସୁବାସ
ସାରା ଜଗତରେ କରିବି ବିକାଶ
ପ୍ରଶଂସିବି ଜୀବନ ତମାମା … |୨|

ଯେଣେ ମଉଳିଲେ ସେ ଆଉଁସି ଦିଅନ୍ତି
ବାକ୍ୟ ପ୍ରାର୍ଥନାରେ ମୋତେ ପୁଣି ଜଗାନ୍ତି
ତାଙ୍କ ଅଧୀନରେ ମୋ ଆଗାମୀ ଦିନ
ହୋଇବ ମଙ୍ଗଳ ଭରି ଶୁଭ ଦିନ
ଲକ୍ଷ୍ୟ ଅଛି ମୋର ସ୍ଵର୍ଗ ଧାମ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *