he dharmikagana sadacharigana

ହେ ଧାର୍ମିକଗଣ ସଦାଚାରୀଗଣ
ପ୍ରଭୁଙ୍କର ମହାନାମେ ପ୍ରଶଂସା କର (ଘୋଷା)

ନୂତନ ସଙ୍ଗୀତ ଗାଅ ତାଙ୍କ ଉଦ୍ଦେଶ୍ୟରେ
ଆନନ୍ଦ ବଜାଇ ବାଦ୍ୟ ମଧୁର ତାନରେ
ପ୍ରଭୁଙ୍କର ବାକ୍ୟ ସଦା ଯଥାର୍ଥ ଓ ସତ୍ୟ
ବିଶ୍ଵସ୍ତତାରେ ତାହାଙ୍କ କାର୍ଯ୍ୟ ସାତ
ବିଶ୍ୱ ସମୁଦାୟ ଆହେ ବିଶ୍ୱବାସୀ ପ୍ରଭୁଙ୍କୁ ଭୟ ଆଉ ଭକତି କର || ୧ ||

ପ୍ରଭୁଙ୍କ ପରିକଳ୍ପନା ଚିର କାଳସ୍ଥାୟୀ
ତାହାଙ୍କ ସଂକଳ୍ପ ସବୁ ଅଟେ ଚିରସ୍ଥାୟୀ
ଧନ୍ୟ ସେ ଜାତି ଯା’ର ପ୍ରଭୁ ଯେ ଈଶ୍ବର
ଧନ୍ୟ ମନୋନୀତ ସବୁ ଲୋକେ ଯେ ତାଙ୍କର ।
ସହାୟ ସିଏ ଆମ ଢାଲ ସିଏ ନିରନ୍ତର ଥାଏ ଦୟା ପ୍ରେମ ତାଙ୍କର || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *