ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁ
ଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେ
ବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେ
ହୋଇ କି ବନ୍ଧୁ… (ଘୋଷା)
ଆମେ ଦେଲେ ତାଙ୍କରେ ମନ ଦେବେ ସେ ପରିତ୍ରାଣ
ପାପ ଧୋଇଦେବେ ସେ ଆମ କରି ସେ କ୍ଷମା ଦାନ
ନେଇଯିବେ ସେ ସ୍ଵର୍ଗପୁରେ ଦିବ୍ୟଜ୍ୟୋତି ଦେବେ ରେ
ହୋଇ କି ବନ୍ଧୁ…|| ୧ ||
ଆସ ଯିବା ତାଙ୍କରି ପାଶେ ଚାଲିବାରେ ମୁକ୍ତି ପଥେ
ସଂସାରେ ତୁ ରହିଲେ ହେଁ ଦେବେ ଶାନ୍ତି ଓ ଶକ୍ତି
ଉଦ୍ଧାରକରତା ହୋଇ ଏକା ଯୀଶୁ ସେହିରେ
ହୋଇ କି ବନ୍ଧୁ… || ୨ ||
ମୃତକୁ ସେ ଜିଣିଥିଲେ ତିନିଦିନ ପରେ ଉଠିଲେ
ସ୍ଵର୍ଗ ବାଟ ଫିଟାଇଲେ ପାପୀକୁ ଆଶ୍ରା ଦେଲେ
ଗାଇଯିବା ତାଙ୍କ ନାମ ବଞ୍ଚିଥିବା ଯାଏରେ
ହୋଇ କି ବନ୍ଧୁ… || ୩ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “hoi ki bandhu asithile jishu”
ବହୁତ ଭଲ ଅଛି!!