ତାକୁ ଭୁଲିଲୁ କିରେ
ତୋ ପାଇଁ ଯାହାର ନେତୁ ଲୋତକ ଝରେ
ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,
ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧|
ହାତ, ପାଦେ, ଲୁହା ପ୍ରେକ, ମୁଣ୍ଡରେ କଣ୍ଟା ମୁକୁଟ,
ଦାରୁଣ କୁମ୍ଭ ( ବର୍ଦ୍ଧା) ଆଘାତ ଯାର ବକ୍ଷରେ |୨|
ଶୋକ, ସନ୍ତାପ ଦୁଦ୍ଦିନେ ସଙ୍କଟ ବିଜନ ବନେ
ଅବତରି ସଂଗୋପନେ ଉଦ୍ଧରି ଧରେ |୩|
ତୁ ତାକୁ ପାଶୋରି ଗଲେ ସେ ତୋତେ ତିଳେ ନ ଭୁଲେ
ଲୁଚି ରହି ଅନ୍ତରାଳେ କାନ୍ଦେ ଆକୁଳେ |୪|
ମୃତ୍ୟୁ ଛାୟା ଘେରା ପଥେ ବିଜୟ ମଣ୍ଡିତ ରଥେ
ସାରଥି ହୋଇ ତୋ ସାଥେ ଚାଲେ ମନ୍ତ୍ରରେ |୫|