jagithao prathonare

ଜାଗିଥାଅ ପ୍ରାର୍ଥନାରେ, ଯୀଶୁଙ୍କ ଏ ଚେତନା
କେହି ଜାଣିବେ ନା କହ, ମୋର ଗୁପ୍ତ ମନ୍ତ୍ରଣା
ରାତ୍ରିକାଳେ ଚୋର ଯେହ୍ନେ ଖୋଳଇ ଘରେ ସିନ୍ଧ
ହଠାତ୍ ଆସି ହେବି ତେହ୍ନେ ମୁଁ ହଠାତ୍ ଉପସ୍ଥିତ… |୧|

ଦଶ ଜଣରେ ମାତ୍ରକ ପାଞ୍ଚଟି ବୁଦ୍ଧିମାନ
ପାଞ୍ଚଟିର ଥୁଲା ପାତ୍ର ତୈଳର ଅକୁଳନ,
ଅନେକେ ଆହୁତ ମାତ୍ର ଅଳ୍ପ ହିଁ ମନୋନୀତ
ପଛେ ସେ ଦଶା ନ ଘଟେ ଦୀପ ରଖି ଜ୍ୱଳନ୍ତ…. |୨|

ଯେଣୁ ମୁଁ ନ ହେବି ଭ୍ରାନ୍ତ ପ୍ରାଣକୁ ନ ହରାଏ
ଅପଥେ ଶ୍ରାନ୍ତ କ୍ଲାନ୍ତ ପୁଣି ନିଦ୍ରା ନ ଯାଏ,
ଆହେ ପ୍ରଭୁ ସେଥିପାଇଁ ଚେତାଇ ରଖ ମୋତେ
ଅଂଜନ ଦେଇ ଚକ୍ଷୁରେ ରଖ ଶାସନ ହସ୍ତେ । …. |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *