mono heji re probhu krupaa soda bhaabo

ମନ, ହେଜିରେ ପ୍ରଭୁ କୃପା ସଦା ଭାବ,
କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା । 
 
ସେ ତୋହର ପାପ କରନ୍ତି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା,
ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଊଣା । ୧ ।
ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ,
ଉତ୍କ୍ରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ ଯୌବନ । ୨ ।
ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର, ନ କରନ୍ତି ସଦା କ୍ରୋଧ,
ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ, ଅଟନ୍ତି ପର୍ବତ ଗଡ଼ । ୩ । 
 
ଭକ୍ତ ଜନ ପ୍ରତି ତାହାଙ୍କ କରୁଣା ସର୍ବଦା ଥାଏ ସମାନ,
ପିତାଭାବ ବହି କଟାକ୍ଷ ପକାଇ କରୁଥାନ୍ତି ସ୍ନେହ ପ୍ରେମ । ୪ ।
କହଇ ଅଧମ, ଆରେ ମନ ମୋର, ନ ପାସୋର ତାଙ୍କ କୃପା,
ନାଶିବେ ସଙ୍କଟ, ହୋଇବେ ନିକଟ, ସଦା ଥିବ ଅନୁକମ୍ପା । ୫ ।

Leave a comment

Your email address will not be published. Required fields are marked *