aahe niromolo sundoro ujjala mono mondirore raajo

ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ମନ ମନ୍ଦିରରେ ରାଜ ହେ,

ଦରଶନ ଲାଗି        ରହିଛି ମୁଁ ଜାଗି

( ଆଜି) ଦେଖାଦିଅ ହୃଦରାଜ ହେ । ଘୋଷା ।

ତୁମ ଲାଗି ପ୍ରଭୁ       ଛାଡ଼ିଛି ମୁଁ ସବୁ

ନିନ୍ଦା ଅପମାନ ଲାଜ ହେ,

ତୁମ୍ଭ ଦେଖା ପାଇଁ     ବସିଛି ଅନାଇ

(ପ୍ରଭୁ) ବଡ଼ ଆଶା କରି ଆଜ ହେ

ତୁମ୍ଭ ଆବାହନେ      ବିଶ୍ୱ ନିମଗନ ମୋ ପ୍ରାଣ-ବୀଣାରେ ବାଜ ହେ,

ତୁମ୍ଭ ପାଦ ତଳେ ଫୁଲ ଫଳ ଦୋଳେ

(ଆଜି) ପ୍ରୀତି-ଫୁଲେ ହୃଦ ସାଜ ହେ । ୨ ।

ମରମ କୁଟୀରେ      ପରବେଶ ଥରେ,

ଚିରଦିନ ତଥା ରାଜ ହେ,

ମଳିନ ମରମ         ଯଦି ଦେଖ ମମ

(ପ୍ରଭୁ) ତବ ପୁଣ୍ୟ ଜଳେ ମାଜ ହେ । ୩ ।

Leave a comment

Your email address will not be published. Required fields are marked *