ey nobo joubono bayasa

ଏ ନବ ଯୌବନ ବୟସ
ଦିନୁଁ ଦିନ ତାର ହୁଅଇ ହ୍ରାସ
ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,
 ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,
ଦନ୍ତ ହେବ କ୍ଷୀଣ,
ଶକ୍ତି ହେବ ହୀନ,
ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

ଥ ର ହର ହେବ ଶରୀର,
ଭୟ ହେବ ଉଚ୍ଚ ସ୍ଥାନର,
ଆଉ ବାଟେ  ଘାଟେ କରନ୍ତେ ଯାଆସ,
ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

ଏହି କି ସୁନ୍ଦର ବଦନ,
ଧୂଳି ଦେହ ପୂର୍ବ ସମାନ,
ଆତ୍ମାଦାତାଠାରେ ଆତ୍ମା ଫେରିଯିବ
ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 
ବୋଲିବ ଏଥିରେ ନାହିଁ ହରଷ । ୪ ।
 
(ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)

Leave a comment

Your email address will not be published. Required fields are marked *