ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର ା ଘୋଷା ।
ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ
ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର,
ସ୍ୱର୍ଗଦୂତେ ଅଟେ ତାହା ଅଗୋଚର ା ୧ ।
ତାରାଗଣଙ୍କର ମଧ୍ୟରେ ଯେସନ
ଚନ୍ଦ୍ରମା କିରଣ ଦିଶେ ତେଜୋବାନ,
ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ ।
ଛାର ପାପୀ ଦୀନହୀନ ଉଦ୍ଧାରଣେ
ନିଜ ପୁତ୍ର ଦେଲେ ସେହି ମହାପ୍ରେମେ,
କଲେ ତାଙ୍କୁ ପ୍ରାୟଶ୍ଚିତ୍ତ, ତହିଁ ହୁଏ ପାପ ହତ,
ଆଉ ନରକ ଯାତନା ଯାଏ ଦୂର ା ୩ ।
ଆହେ ମନ, ସେହି ପ୍ରଭୁଙ୍କ ଚରଣ
ଯତନେ ସେବ ସମର୍ପି ଦେହ ପ୍ରାଣ, କରି ସେହି କୃପାଦାନ,
କରିବେ ଦୁଃଖ ନାଶନ, ଶେଷେ ସ୍ୱର୍ଗେ ଦେବେ ମହା ପୁରସ୍କାର ା ୪ ।