kara karunaa drusti

କର କରୁଣା ଦୃଷ୍ଟି

ତବ ବାକ୍ୟ ପ୍ରଚାରକମାନଙ୍କ ପ୍ରତି । ଘୋଷା ।

ତବ ଲିଖିତ ବିଧାନ ପ୍ରମାଣେ ହୋଇଲେ ଯେ ପ୍ରେରିତ,

କର ହେ ଧର୍ମାତ୍ମା ବୃଷ୍ଟି, ପ୍ରେମେ ଜ୍ଞାନେ ପୁରୁ ମତି,

ଖ୍ରୀଷ୍ଟ ପରି ପାପୀଙ୍କର ଲୋଡ଼ନ୍ତୁ ଗତି । ୧ ।

ଦିଅ ପଠାଇ ତେଜୋମୟ ସୁସମାଚାର ହସ୍ତେ ଦେଇ,

ତୁମ୍ଭ ପ୍ରତି ପାପୀ ମନ ଯେହ୍ନେ ହୋଇବ ଫେରଣ 

ଶୟତାନ ଅଧୀନରୁ ଖ୍ରୀଷ୍ଟଙ୍କ ପ୍ରତି । ୨ ।

ଯେହ୍ନେ ଏମାନେ କରିବେ ଆତ୍ମ-ପ୍ରହରୀ କର୍ମ ଯତନେ,

ଉତ୍ତମ ନିକାଶ ଯେହ୍ନେ ଦେବେ ପ୍ରଭୁ ଆଗମନେ,

ବିଶ୍ୱସ୍ତରୂପେ କରିବେ କାର୍ଯ୍ୟ ସମାପ୍ତି । ୩ । 

 

ଯେହ୍ନେ ଏମାନେ ଆତ୍ମା ଲାଭ କରିବେ ହେ ବାହୁଲ୍ୟ ଗୁଣେ,

ସଙ୍ଗେ ହୁଅ ନିରନ୍ତର, ଦିଅ ପ୍ରଭୁ କୃପାବର,

ଶେଷେ ସ୍ୱର୍ଗପୁରେ କର ଗୌରବେ ସ୍ଥିତି । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *