ki karma koli muhin ogyaano

କି କର୍ମ କଲି ମୁହିଁ ଅଜ୍ଞାନ, ପାପୀଙ୍କ ମଧ୍ୟେ ଅଟଇ ପ୍ରଧାନ,

ଦେଇ କି କଷଣ ଯାତନା ଦୂଷଣ କ୍ରୁଶେ ବିନ୍ଧିଲି ମୋ ତ୍ରାତାଙ୍କ ପ୍ରାଣ । ଘୋଷା ।

ଅପବିତ୍ର ପାପ-ଅସ୍ତ୍ର ଧରିଣ ସେ କ୍ରୁଶ ଯନ୍ତ୍ରକୁ କଲି ନିର୍ମାଣ,

ପାପେ ହିଁ ଆବର ଶ୍ରୀଅଙ୍ଗେ ତାଙ୍କର ମୁହିଁ କଲି କେତେ ପ୍ରେକ ମାରଣ ! । ୧ ।

ଆହା, ସେ ଦାରୁଣ କ୍ରୁଶ ଉପରେ ଟଙ୍ଗା ହୋଇଛନ୍ତି କି ବିରୂପରେ ! 

ଯେ ଭାନୁ-ବଦନ ଅତି ସୁଶୋଭନ, ଦିଶୁଅଛି କେଡ଼େ ବିରସ ମ୍ଲାନ ! । ୨ । 

 

ଗୌରବଯୁକ୍ତ ମସ୍ତକ ତାଙ୍କର ଦିଶୁଅଛି କେଡ଼େ ଅଶୋଭାକାର !

ପୂର୍ବ ତେଜୋବାନ ମୁକୁଟର ସ୍ଥାନ କଣ୍ଟା-ମୁକୁଟ କରିଛି ଧାରଣ । ୩ ।

ପୁଣି ତାଙ୍କ ବହୁମୂଲ୍ୟ ଶରୀରେ କ୍ଷତଦାଗ ଦିଶୁଛି ସର୍ବାଙ୍ଗରେ,

ବହଇ ଆବର ରକ୍ତ ଝର ଝର ପାଶ୍ୱେର୍ ମୋର ବର୍ଚ୍ଛାଘାତ କାରଣ । ୪ । 

 

ଧିକ ଧିକ ଧିକ ମୋର ଜୀବନ, ପ୍ରଭୁଙ୍କୁ ଯା ଦେଲି ଏଡ଼େ କଷଣ,

ଧିକ ସେହି ପାପ ଦେଇ କି ସନ୍ତାପ ନେଲା ଅପମାନେ ତାଙ୍କରି ପ୍ରାଣ । ୫ ।

ଆହା ଏଡ଼େ ଘୋର ନିଷ୍ଠୁରାଚାର ହୋଇବ କି ମୋର ମନୁ ପାସୋର

ନାହିଁ କଦାଚନ, ଭାବି ଯେତେକ୍ଷଣ ନେତ୍ରୁ ହେବ ମୋର ଅଶ୍ରୁପତନ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *