( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ
ଶୁଭୁ ଯୀଶୁଙ୍କର ଜୟଗୀତ । ଘୋଷା ।
ଯାଇଛି ଅତୀତ ପାପେ ବିତି ସତ,
ଯୀଶୁ ଆଶା ମୋର କରିବେ ଜୀବିତ,
ନବ ଜାଗରଣେ ଜାଗ ହେ ସକଳ,
ଶୁଭୁ ଏ ଉତ୍କଳେ ଜୟ ଗୀତ । ୧ ।
ସତେ ଜାଗିବ କି ମୋର ଏ ଉତ୍କଳ;
ତା ହୃଦୟନାଥେ ଚିହ୍ନିବ ସତ୍ୱର,
ଜୟ ଜୟ ଗୀତି ତା କଣ୍ଠୁ ଶୁଭିବ,
ନାଥ ଚାହିଁବେ ଗୋ ହୋଇ ପ୍ରୀତ । ୨ ।
ହୃଦୟ କବାଟ ଦିଅ ଆଜି ଖୋଲି,
ଆସନ୍ତୁ ରାଜନ ନବ ବର ଧରି,
ଶୁଭାଶିଷ ଫୁଲ ନିଅ ନିଅ ତୋଳି
ଜୀବନେ ବିକଶୁ ଫଳ ଶତ । ୩ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.