jishu karanti raajyo ki gourabo re

ଯୀଶୁ କରନ୍ତି ରାଜ୍ୟ କି ଗୌରବରେ,

ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ । ଘୋଷା ।

ଆସ ଆସ ସକଳ ରାଜା ପ୍ରଜାଗଣ,

କର ତାଙ୍କୁ ଗୌରବେ ମୁକୁଟ ଭୂଷଣ;

ଧନ୍ୟବାଦ ପ୍ରାର୍ଥନା ପ୍ରଶଂସାରୂପ ବଳି,

ଜୟ ସ୍ୱରୂପ ଧୂପ ତାଙ୍କୁ ଉତ୍ସର୍ଗ କରି ରାଜଦଣ୍ଡ ତାଙ୍କର ଆଲିଙ୍ଗନ ହେ କର,

ଗାଅ ଧାର୍ମିକେ ଜୟ ସ୍ତୁତିରେ । ୧ ।

କର ହେ ଆନନ୍ଦ ଧ୍ୱନି ଅତି ଉଚ୍ଚରେ,

ତ୍ରାଣକର୍ତ୍ତା କରୁଛନ୍ତି ରାଜ୍ୟ କ୍ଷିତିରେ;

ରାଜାମାନଙ୍କ ରାଜା, ସକଳେ ତାଙ୍କ ପ୍ରଜା

ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି ସେ ସ୍ୱୟମ୍ବୁ,

ଏହି ମହତ ନାମ ହୋଇଅଛି ଲେଖନ

ତାଙ୍କ ଜଙ୍ଘ ବସନ ଉପରେ । ୨ ।

ଅଟଇ ଯେ ଅବିନାଶ୍ୟ ତାହାଙ୍କ ରାଜ୍ୟ,

ତାଙ୍କ କର୍ତ୍ତାପଣ ଅଟଇ ଅନିବାର୍ଯ୍ୟ;

ହୋଇଛି ତାଙ୍କୁ ଦତ୍ତ ସମୁଦାୟ ଜଗତ,

ମୃତ୍ୟୁ ପରଲୋକର କଞ୍ôଚ ତାଙ୍କୁ ଅର୍ପିତ,

ଉଠହେ ଶତ୍ରୁଗଣ ହୋଇଣ କମ୍ପମାନ,

ଆଣ୍ଠୁ ପକାଅ ତାଙ୍କ ଛାମୁରେ । ୩ ।

ଆସ ଭେଟୀ ଘେନି ଯୀଶୁ ରାଜାଙ୍କ ପାଶ,

ସେହି କାଟନ୍ତି ପାପ ଶୟତାନ ଫାଶ;

ସେ ତ୍ରିପୁର ରାଜନ, କର ତାଙ୍କ ସମ୍ଭ୍ରମ,

କର ହେ ତାଙ୍କ ଅଗ୍ରେ ଦଣ୍ଡବତ ପ୍ରଣାମ,

ସ୍ୱର୍ଗ କି ମର୍ତ୍ତପୁର ସର୍ବ ନିବାସୀଗଣ ଉବୁଡ଼ ହୁଅ ତାଙ୍କ ଛାମୁରେ । ୪ ।

Leave a comment

Your email address will not be published. Required fields are marked *