ଆଜି ଉଠିଲେଣି ଧର୍ମ-ଭାନୁ,
ଅଳସେ ଶୟନ କରିଛୁରେ ମନ,
ତାହା କିରେ ତୁହି ଜାଣୁ ? । ଘୋଷା ।
କେତେ ନରନାରୀ ପ୍ରତି ନିମିଷେ
ନାଶ ହେଉଛନ୍ତି କାଳର ଗ୍ରାସେ !
ସ୍ୱାର୍ଥ-ମଦିରା କି ଅଚେତା କରାଇ
ଜରାଉଥିବ ତୋ ତନୁ ? । ୧ ।
ଉଠ, ଉଠ, ମୋହ ନିଦ୍ରା ସମ୍ବର,
ଜନ ହିତେ ମନ ନିବେଶ କର,
ତୋଳି ପ୍ରେମ-ପୁଷ୍ପେ ଭକତି-ମଣ୍ଡପେ
ପୂଜା କର ଭାଙ୍ଗି ଜାନୁ । ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.