aaji uthileni dharma bhanu

ଆଜି ଉଠିଲେଣି ଧର୍ମ-ଭାନୁ,

ଅଳସେ ଶୟନ       କରିଛୁରେ ମନ,

ତାହା କିରେ ତୁହି ଜାଣୁ ? ଘୋଷା । 

 

କେତେ ନରନାରୀ ପ୍ରତି ନିମିଷେ

ନାଶ ହେଉଛନ୍ତି କାଳର ଗ୍ରାସେ !

ସ୍ୱାର୍ଥ-ମଦିରା କି      ଅଚେତା କରାଇ

ଜରାଉଥିବ ତୋ ତନୁ ?

ଉଠ, ଉଠ, ମୋହ ନିଦ୍ରା ସମ୍ବର,

ଜନ ହିତେ ମନ ନିବେଶ କର,

ତୋଳି ପ୍ରେମ-ପୁଷ୍ପେ ଭକତି-ମଣ୍ଡପେ

ପୂଜା କର ଭାଙ୍ଗି ଜାନୁ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *