aaso probhu mejo nikote

(ସ୍ୱର : ପ୍ରଭୁ ଯୀଶୁ ଦୟାସାଗର)

ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ,

ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା । 

 

ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ,

ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ ।

ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି,

ଭାଙ୍ଗଣି ଶଷ୍ୟିଙ୍କ ୁସେ ଦେଇ ବୋଇଲେ, ଭୋଜନ କର ହେ ତେୁମ୍ଭ, ସମସ୍ତେ । ୨ ।

ଏହି ଅଟେ ଆମ୍ଭ ଶରୀର, ଏହା ତୁମ୍ଭେ ସ୍ମରଣ କର,

କର ହେ ଦର୍ଶନ, ହୋଇଅଛି ଭଗ୍ନ ଖଣ୍ଡ ଖଣ୍ଡ ହୋଇ ତୁମ୍ଭ ନିମିତ୍ତେ । ୩ । 

 

ସେପରି ପାନପାତ୍ର ଘେନି ଗୁଣାନୁବାଦ କଲେ ପୁଣି,

ବୋଇଲେ ଏଥିରୁ ପାନକର ସର୍ବେ ଆମ୍ଭର ମହାପ୍ରେମ ସ୍ମରଣାର୍ଥେ । ୪ ।

ଆମ୍ଭର ନୂତନ ନିୟମରୂପ ରକ୍ତ ସେ ଏହି ଜାଣ,

କର ଦୃଷ୍ଟିପାତ, ହୋଇଛି ପାତିତ ଅନେକଙ୍କର ପାପମୋଚନ ଅର୍ଥେ । ୫ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *