bhaya bhraanti kaahinki

ଭୟ ଭ୍ରାନ୍ତି କାହିଁକି ?

ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ?

ଯୀଶୁ ଦୟାର ସାଗର,

ନରେଶ୍ୱର ଅବତାର, ବହି ତୋର ପାପ ଭାର

ବଳୀକୃତ ନୋହିଲେ କି ?   ା ଘୋଷା ।

ତୋର ସର୍ବ ଦୂରିତ   ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ

ମୃତକୁ ସେ ପ୍ରାଣ ଦେଲେ,         ଈଶ୍ୱରୀୟ କର୍ମ କଲେ,

ମୃତ୍ୟୁର ବଳ ଭାଙ୍ଗିଲେ,             ଡରୁଛୁ ଆଉ କାହିଁକି ?

ବନ୍ଧୁ ଜ୍ଞାତି ଛାଡ଼ିଲେଆତ୍ମୀୟ ଲୋକେ ରିପୁ ହୋଇ ଉଠିଲେ,

ରାଜା ପ୍ରଜା ଏକ ମେଳେ        ତୋର ବିନାଶ ପାଞ୍ôଚଲେ,

କ୍ଷତି ତୋର ଲେଶ ହେଲେ      କରିବାକୁ ପାରିବେ କି ?

ଗିରିଗଣ ଘୁଞ୍ôଚଲେ,              ମହାସମୁଦ୍ର ନିଜ ସୀମା ଲଙ୍ଘିଲେ,

ପୃଥିବୀ ତରଳି ଗଲେ ଜ୍ୟୋତିର୍ଗଣ କଳା ହେଲେ

ଯୀଶୁରେ ବିଶ୍ୱାସ ଥିଲେ          ଭୟ ତ୍ରାଶ ଲାଗିବ କି ?

ମୃତ୍ୟୁ ନଦୀ ତଟରେ  ଯୀଶୁଙ୍କ ତ୍ରାଣ-ତରୀ ଅଛି ଘାଟରେ,

ବିଶ୍ୱାସେ ଆରୋହୀ ଯିବୁ,          ସ୍ୱର୍ଗକୂଳେ ପ୍ରବେଶିବୁ,

ଆହା କି ଭାଗ୍ୟ ଭୋଗିବୁ,         ବର୍ଣ୍ଣି ତାହା ପାରିବୁ କି ?

Leave a comment

Your email address will not be published. Required fields are marked *