ବଢ଼ୁ ପ୍ରଭୁ ଧର୍ମ ରାଜ୍ୟ ପୃଥ୍ୱୀ ସମୁଦାୟ, ସର୍ବେ ବୋଲୁ ଜୟ,
ଶୟତାନ ଗର୍ବ ଖର୍ବ କର ଦୟାମୟ । ଘୋଷା ।
ପ୍ରତି ଜିହ୍ୱା ଖ୍ରୀଷ୍ଟ ନାମ ସ୍ୱୀକାର କରୁ ବହନ
ପ୍ରଭୁ ଯୀଶୁ ବିରାଜ ହେ ସକଳ ହୃଦୟ । ୧ ।
ନିବିଡ଼ ଅନ୍ଧକାରରେ ମରଣ ଛାୟା ସ୍ଥଳୀରେ
ହେ ଧର୍ମ-ତପନ ଖ୍ରୀଷ୍ଟ ହୁଅ ହେ ଉଦୟ । ୨ ।
ଯହିଁ ଯେତେ ଅଛି ଗ୍ରାମ ସର୍ବଠାରେ ଯୀଶୁ ନାମ
ସର୍ବେ ବୋଲୁ ଦେଇ ମାନ୍ୟ ଜୟ ଯୀଶୁ ଜୟ । ୩ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.