moro dukhi dhana jubaameso

ମୋର ଦୁଃଖୀଧନ ଯୁବାମେଷ

କ୍ରୁଶେ ହୋଇ ହତ କରି ପ୍ରାୟଶ୍ଚିତ୍ତ

କଲେ ମୋ ଦୂରିତ ମାର୍ଜ୍ଜନା ନିଃଶେଷ । ଘୋଷା ।

ସେ ରଙ୍ଗ ବସନ କଲେ ପରିଧାନ,

କଣ୍ଟା ମୁକୁଟେ ପାଇଲେ ଅପମାନ;

ଯେସନେ ମୁଁ ତ୍ରାଣ-ବସନ ପିନ୍ଧିଣ 

ଗୌରବ ମୁକୁଟେ ହୋଇ ବିଭୂଷଣ । ୧ । 

 

ସହିଲେ କଷଣ କ୍ରୁଶୀୟ ଯାତନ,

ଆବର ପିତାଙ୍କ କ୍ରୋଧରୂପ ବାଣ;

ମୁଁ ଛାର ଯେସନ ପାଇ ସମ୍ମିଳନ ହେବି 

ପିତାଙ୍କର ସ୍ନେହପାତ୍ର ଜାଣ । ୨ । 

 

ସେ ବର୍ଚ୍ଛା ଆଘାତ କୋରଡ଼ାର କ୍ଷତ ଆବର 

ରୁଧିର ଜଳମିଶା ସ୍ରୋତ ହୋଇଲା କ୍ଷରିତ ମୋହ ମଙ୍ଗଳାର୍ଥ,

ହୁଏ ତହିଁ ସୁସ୍ଥ ମୋ ପୀଡ଼ା ସମସ୍ତ । ୩ ।

 

 ହେଲେ ସେ ଗଣିତ ଦୋଷୀଙ୍କ ସହିତ 

ଅବଶେଷେ ପୁଣି ହୋଇଲେ ସେ ମୃତ,

ହୋଇ ମୁଁ ଯେମନ୍ତ ସ୍ୱର୍ଗଦୂତ ମତ,

ବଞ୍ôଚବି ଅନନ୍ତ କାଳ ପରର୍ଯ୍ୟନ୍ତ      । ୪ ।

Leave a comment

Your email address will not be published. Required fields are marked *