bojaao bojaao aaji somoro bheri

ବଜାଅ ବଜାଅ ଆଜି ସମର ଭେରୀ

ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । 

 

ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ,

ଗୌରବେ ପୁରୁ ଧରା ଯୀଶୁଙ୍କ ନାମେ,

ଦେଖି ଏ ରଣରଙ୍ଗ   ଦେଉ ଛତ୍ରଭଙ୍ଗ,

ପଳାଉ ସ୍କନ୍ଧେ ଶତ୍ରୁ ଶିବିର ଡ଼େରି । ୧ । 

 

ତ୍ରାଣର ଶିରସ୍ତ୍ରାଣ ପିନ୍ଧି ମସ୍ତକେ,

ଆତ୍ମାଙ୍କ କରବାଳ ଧରି ପ୍ରତ୍ୟେକେ,

ବିଶ୍ୱାସ-ଢାଲ ସ୍କନ୍ଧେ, ସତ୍ୟ କଟି ବନ୍ଧେ,

ଆଦେଶେ କ୍ଷିପ୍ରପଦେ ଆସ ବାହାରି । ୨ ।

Leave a comment

Your email address will not be published. Required fields are marked *