jishu naame je bhaabo achi

ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି,

ଅମୃତ ନିର୍ଝର ବହେ ଝର ଝର, ତଟକା ମଧୁରୁ ମିଷ୍ଟ ଲାଗୁଛି । ଘୋଷା ।

ଯୀଶୁ ଖ୍ରୀଷ୍ଟ ସ୍ୱର୍ଗୀୟ ନାମ, ସ୍ୱର୍ଗଦୂତ ଦ୍ୱାରା ପ୍ରଦାନ,

ଅଟଇ ସେ ନାମ କେଡେ ଼ମିଷ୍ଟତମ, ଯେ ଚାଖେ ତା ଗୁଣ ସେହି ଜାଣୁଛି । ୧ । 

 

ଯୀଶୁ ନାମ ପାଇବା ପାଇଁ, ସ୍ୱର୍ଗ ପୃଥ୍ୱୀରେ କେହି ନାହିଁ,

ପାପୀର ଜୀବନ ଅଟେ ଖ୍ରୀଷ୍ଟ ନାମ, ମୋ ମନକୁ କେଡ଼େ ମିଷ୍ଟ ଲାଗୁଛି । ୨ ।

ଯୀଶୁ ତ୍ରାଣକର୍ତ୍ତା ଅଟନ୍ତି, ପାପୀ ପାଇଁ ସେ ମରିଛନ୍ତି,

ପାପୀଙ୍କର ପାପ ଆପେ କଲେ ଭୋଗ, ଏମନ୍ତ କେହି କି ଜଗତେ ଅଛି । ୩ ।

ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି, ମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି,

ତାଙ୍କ ସନ୍ନିଧାନ ଆସେ ଯେଉଁ ଜନ, ପାପ ରୋଗୁଁ ସେହି ସୁସ୍ଥ ହେଉଛି । ୪ ।

 

ଯୀଶୁ ଖ୍ରୀଷ୍ଟ ଚରଣେ ଚିତ୍ତ, ରହୁ ମୋହର ଅବିରତ,

ମୋର ସେହ ିନାମ ହେଉ ନିତ୍ୟ ଧ୍ୟାନ, ଏହା ମୁଁ ଛାମୁରେ ନିବେଦୁ ଅଛି । ୫ ।

 

Click the link below to listen full song and know the tune

Leave a comment

Your email address will not be published. Required fields are marked *