drudha kono pasanara upare biswasa bharasa

ଦୃଢ଼ କୋଣ-ପାଷାଣର ଉପରେ ବିଶ୍ୱାସଭରସା-
ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନି ଯତ୍ନରେ…. । ଘୋଷା ।

ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକର,
ଦୁର୍ବଳ ପତିତ ଗୃହ ମୁଁ ତୋଳୁଛି, କାଳେ କାଳେ ଭାଙ୍ଗି ନ ପାରେ …. । ୧ ।

ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
ପାପ-ତାପ-ବଢ଼ି-ନରକ-ଲହଡ଼ୀ ପରାଜୟ କରି ନ ପାରେ …. । ୨ ।

ଚିହ୍ନି ନ ପାରିଣ ଗାନ୍ଥକଗଣ ଅତି ତୁଚ୍ଛରେ କଲେ ନିବାରଣ,
ପାଷାଣୁଁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ…. ା ୩ ।

ଯଦ୍ୟପି ନରକର ପରାକ୍ରମ ଅବା ଦୁରନ୍ତ ଶତ୍ରୁ ଶୟତାନ
ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୁଆ ହଲି ନ ପାରେ…. ା ୪ ।

ଯୀଶୁ ମୋର ଦୃଢ଼ କୋଣ-ପାଷାଣ, ତହିଁପରେ ମୋ ମନ୍ଦିର ନିର୍ମାଣ,
ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ…. ା ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *