he jishu ishwarara nandana

ହେ ଯୀଶୁ ଈଶ୍ୱର ନନ୍ଦନ,

ତୁମ୍ଭ ଶ୍ରୀପାଦେ ମୋହର ବନ୍ଦନ । ଘୋଷା ।

ଅନାଦି ଅନନ୍ତ ସ୍ୱୟମ୍ଭୁ, ଅଦ୍ୱିତୀୟ ନିଖିଳ ବିଶ୍ୱବିଭୁ, ସର୍ବଶକ୍ତିମାନ,

କୃପାରେ ମହାନ, ପ୍ରେମେ ପରିପୂର୍ଣ୍ଣ ଅଟ ନିରୂପମ । ୧ । 

 

ସର୍ବଜ୍ଞ ସକଳାନ୍ତର୍ଯ୍ୟାମୀ, ଚର ଅଚର ସର୍ବଭୂତ ସ୍ୱାମୀ,

ନିଷ୍କଳଙ୍କ ମୂର୍ତ୍ତି, ଜଗତର ଜ୍ୟୋତିଃ, ପ୍ରକାଶ କରିଛ ଧର୍ମମୟ ଦୀପ୍ତି । ୨ । 

 

ତୁମ୍ଭେ ମୋର ନିତ୍ୟ ଜୀବନ, ତୁମ୍ଭ ମରଣେ ମୋର ପରିତ୍ରାଣ,

ହୁଅ ହେ ପ୍ରସନ୍ନ, କର ଅଧିଷ୍ଠାନ, କରିଲି ମୋ ଦେହ ଆତ୍ମା ସମର୍ପଣ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “he jishu ishwarara nandana”