prabhu jishu naamo horshe kara gaano

ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ,

ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା ।

ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ,

ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । 

 

ସେହି ସିନା ଜଗତର ପତିତପାବନ,

ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । 

 

ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ,

ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ । 

 

କି କୋମଳ କି ମଧୁର ତାଙ୍କର ବଚନ !

ନିରାଶ ପାପୀକୁ ଲାଗେ ଅମୃତ ସମାନ । ୪ । 

 

କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ !

କି ଐଶ୍ୱର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ । ୫ । 

 

ବୋଲ ଧନ୍ୟ, ଧନ୍ୟ, ଧନ୍ୟ, ସେ ଯୀଶୁଙ୍କ ନାମ,

ଧ ର୍ମ, ଧର୍ମ, ଧର୍ମ ବୋଲି କର ସମ୍ବୋଧନ । ୬ ।

 

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *