କରୁ କି ନାହୁଁରେ ମନ ଦୋଷୀ ତୁ ଆପଣାକୁ
ଅବିରତ ଭୁଲି ସେହି ପ୍ରିୟତମ ତ୍ରାତାଙ୍କୁ ? । ଘୋଷା ।
କେଡ଼େ ନିଶ୍ଚିନ୍ତ ରହିଛୁ ସୁଖେ ସମୟ କାଟୁଛୁ !
ଗଞ୍ଜଣା ଦିଏ କାହିଁକି ବିବେକ ତୋ ମନକୁ ? । ୧ ।
କନ୍ୟା କି ନିଜ ଭୂଷଣ କେବେ ହୁଏ ବିସ୍ମରଣ ?
କେମନ୍ତେ ଭୁଲି ରହିଛୁ ନିଜ ପ୍ରାଣପତିଙ୍କୁ ? । ୨ ।
ନେତ୍ର ପିତୁଳି ସମାନ କରନ୍ତି ସେ ତୋତେ ଜ୍ଞାନ,
ତୋର କି ବିହିତ ତାଙ୍କୁ ଅପ୍ରେମ କରିବାକୁ ? । ୩ ।
କେଡ଼େ ପ୍ରେମ ସେ କରନ୍ତି ! କ୍ଷଣେ ତୋତେ ନ ଭୁଲନ୍ତି,
କରୁ କି ଏଡ଼ିକି ତୁଚ୍ଛ ସେ ଅତୁଲ୍ୟ ପ୍ରେମକୁ । ୪ ।
ଅନ୍ତରୁ ହେଲେ ଅନ୍ତର ଉଚ୍ଛୁଳେ ଦୁଃଖ-ନିର୍ଝର
ଏହା ଜାଣି କିପାଁ ପୁଣି ଭୁଲୁଅଛୁ ତାହାଙ୍କୁ ? । ୫ ।
ନ ଭୁଲ ଭୁଲଣ ମନ, ନ ଭୁଲ ତୁ କଦାଚନ,
ହେବଟି ସବୁ ଅନ୍ଧାର ମନୁଁ ଛାଡ଼ିଲେ ତାଙ୍କୁ । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.