ଜୟ ଜୟ ଯୀଶୁ, ଜୟ ଜୟ ଯୀଶୁ,
ତୁମ୍ଭ ନାମେ ଉଠୁ ଜୟ ଜୟକାର,
ତୁମ୍ଭେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ଘୋଷା ।
ପାପୀର ପାପ ଦୁଃଖ ହରତା, ହୃଦୟରେ ଶାନ୍ତି ଶକତିଦାତା,
ଆହେ ମନୋରଞ୍ଜନ, ସର୍ବ ଦୁଃଖ ଭଞ୍ଜନ,
ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୧ ।
ସ୍ୱାର୍ଥର ଯୁଦ୍ଧ, ପାପର ଦ୍ୱନ୍ଦ୍ୱ,
ଦୂରେ ଯାଉ ମନ୍ଦ, ଶଠତା, ଛନ୍ଦ, ଶାନ୍ତି ରାଜ୍ୟ ତୁମର ଆସୁ ପ୍ରତି ହୃଦର,
ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.