kara proti dino dhyaano probhunka bochono

କର ପ୍ରତି ଦିନ ଧ୍ୟାନ ପ୍ରଭୁଙ୍କ ବଚନ,

ଅଟେ ମନୋହର ଦିବ୍ୟ ଜ୍ଞାନାକର,

ମହାନନ୍ଦ କରେ ଦାନ । ଘୋଷା । 

 

ତହିଁ ସୁପ୍ରକାଶ ପିତା ମହା ପ୍ରେମ, ଦିଶେ ଯୀଶୁଙ୍କ ବଦନ;

ମନୋହର ଜ୍ଞାନ ଉପମା ବଚନ ପ୍ରତି ପତ୍ରରେ ଲେଖନ । ୧ । 

 

ଶାନ୍ତ ଭାରଗ୍ରସ୍ତ ଲୋକଙ୍କର ପ୍ରତି ଦାନ କରେ ମହାଶାନ୍ତି;

ଯୀଶୁଙ୍କ ଶ୍ରୀମୁଖ ମଧୁର ବଚନ ତହିଁରେ ହୁଏ ଶ୍ରବଣ । ୨ । 

 

ବିପଥ ଗମନ କରେ ନିବାରଣ, ପାଦ ନିମନ୍ତେ ପ୍ରଦୀପ;

ସନ୍ତାପ ଘୁଞ୍ଚାଏ, ବିନାମୂଲ୍ୟେ ଦିଏ ଅନନ୍ତଜୀବନ-ଧନ। 

 

କ୍ଷୁଧିତକୁ ଦିଏ ଜୀବନ-ଆହାର, ତୃଷିତେ ଅମୃତ ନୀର;

ଯୁବାଙ୍କର ପଥ କରେ ପରିଷ୍କାର, ଧନ୍ୟ ସେ ଦିବ୍ୟ ବିଧାନ । ୪ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *