jishu jeun sabdho kemonto aamodo

ଯୀଶୁ ଯେଉଁ ଶବ୍ଦ କେମନ୍ତ ଆମୋଦ ! 

ଶ୍ରବଣେ ଲାଗେ କି ମନୋହର ! 

କରେ ଚିତ୍ତାହ୍ଲଦ, ଖଣ୍ଡାଏ ପ୍ରମାଦ, ମନକୁ ଲାଗଇ କି ମଧୁର !

ଯୀଶୁ ନାମ ପରି, ତ୍ରିଭୁବନେ ନାହିଁ ମନୋହାରୀ,

ଯୀଶୁ ନାମ ଚିତ୍ତେ ଗୁଣ ଅବିରତେ, ନେବେ ସର୍ବ ପାପ ତାପ ହରି । ୧ ।

ଯୀଶୁ ଶବ୍ଦ ଭାବ ମୁକ୍ତିଦାତା ସିଦ୍ଧ, ପାପୀଙ୍କି କରନ୍ତି ସେ ଉଦ୍ଧାର,

ଜନ୍ମ ପୂର୍ବେ ଏହି ନାମ ପ୍ରକାଶନ ଦୂତ ଦ୍ୱାରା ଯୁଷଫ ଛାମୁର;

ଖ୍ରୀଷ୍ଟ ଶବ୍ଦ ଅର୍ଥ, ମୁକ୍ତି ପଦରେ ସେ ଅଭିଷିକ୍ତ,

ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନ, ସର୍ବ ପାପୀ ହେବ ପାପୁଁ ମୁକ୍ତ । ୨ । 

 

ସ୍ୱର୍ଗତଳେ ମନୁଷ୍ୟଗଣ ମଧ୍ୟରେ ଅନ୍ୟେ ଦିଆ ନାହିଁ ଏହି ନାମ

ଯୀଶୁ ବିନା ଆଉ ପରିତ୍ରାଣ ନାହିଁ, ଯୀଶୁ ନାମ ମୁକ୍ତିଦାତା ଜାଣ;

ଯୀଶୁଖ୍ରୀଷ୍ଟ ବିନା, ଆଉ ନାହିଁ ପାପର ମାର୍ଜ୍ଜନା,

ଯୀଶୁଖ୍ରୀଷ୍ଟ ନାମ କର ହେ ଭଜନ, ଯତ୍ନେ କର ତ୍ରାଣର ସାଧନ । ୩ ।

Leave a comment

Your email address will not be published. Required fields are marked *