sarba mangalamaya sarba karuna maya

ସର୍ବ ମଙ୍ଗଳମୟ, ସର୍ବ କରୁଣାମୟ,
ସର୍ବ ଅନ୍ତର୍ଯ୍ୟାମୀ ପିତା ସର୍ବ ଶକ୍ତିମାନ ପିତା, ଆହେ ଶାନ୍ତିଦାତା…..
ବନ୍ଦନା ଘେନ ଆମର ହେ ପ୍ରଭୁ ( ୨ ଥର)
ଗୌରବମୟ ପିତା ଆହେ ଶାନ୍ତିଦାତା
ପୂଜା ସ୍ତୁତି କରୁ ତୁମର (ଘୋଷା)

ତୁମେ କ’ ତୁମେ ‘କ୍ଷ’ ତୁମେ ଆଦି ଅନ୍ତ
ତୁମେ ପଥ, ତୁମେ ସତ୍ୟ, ତୁମେ ହିଁ ଜୀବନ୍ତ ( ୨ ଥର)
ତୁମ ବାକ୍ୟ ସୃଷ୍ଟି ହେଲା ଏ ଚାରୁ ମରତ
ତୁମରି ଏ କାରୁକାର୍ଯ୍ୟ ଅଟେ କି ବିଚିତ୍ର
ଧନ୍ୟ…ଧନ୍ୟ…ପିତା ଈଶ୍ଵର || ୧ ||

ସୀମାହୀନ ଆକାଶକୁ କରି ନିରୂପିତ
ସୂର୍ଯ୍ୟ ଚନ୍ଦ୍ର ତାରା ତହିଁ କରିଲ ସ୍ଥାପିତ
ଗିରିବନ, ପରବତ, ବାରିଧି ସମସ୍ତ
ବିଭବରେ କରିଦେଲ ଜଗତେ ମଣ୍ଡିତ
ଧନ୍ୟ…ଧନ୍ୟ… ପିତା ଈଶ୍ଵର || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *