ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା ।
କରିବାକୁ ମୁଁ ଏସନ ସେ କରି ସ୍ୱ ରକ୍ତ ଦାନ
ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ ା ୧ ।
ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ ପ୍ରତିଦିନ
ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ ା ୨ ।
ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ ପାପ କ୍ଷିତି ଶୟତାନ
କେହି ମୋର କ୍ଷତି କରି ନ ପାରେ ଯାବଜ୍ଜୀବନ ା ୩ ।
ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ ଈଶ୍ୱର ହୋଇ ପ୍ରସନ୍ନ
ସୁଦୟାରେ ସ୍ୱସନ୍ତାନ କରିନେବେ ସ୍ୱର୍ଗସ୍ଥାନ ା ୪ ।
ଏଣୁ କରି ଆରେ ମନ, ଖ୍ରୀଷ୍ଟେ ଦେଇ ଦେହ ପ୍ରାଣ
ଇହ ପର ସୁକଲ୍ୟାଣ ପ୍ରଚୁର ହୁଅ ପ୍ରାପଣ ା ୫ ।
ହେ ପ୍ରଭୁ, କର କଲ୍ୟାଣ ଯେହ୍ନେ ମୁହିଁ
ଦେହ ପ୍ରାଣ ସମର୍ପି ତବ ଚରଣ ସେବିବି ଯାବଜ୍ଜୀବନ ା ୬ ।