khriste deho praano samarpino kaatibi mu dino

ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା

କରିବାକୁ ମୁଁ ଏସନ  ସେ କରି ସ୍ୱ ରକ୍ତ ଦାନ

ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ         ା ୧ । 

 

ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ          ସମର୍ପିଣ ପ୍ରତିଦିନ

ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ          ା ୨ । 

 

ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ପାପ କ୍ଷିତି ଶୟତାନ 

କେହି ମୋର କ୍ଷତି କରି ନ ପାରେ ଯାବଜ୍ଜୀବନ           ା ୩ । 

 

ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ଈଶ୍ୱର ହୋଇ ପ୍ରସନ୍ନ 

ସୁଦୟାରେ ସ୍ୱସନ୍ତାନ କରିନେବେ ସ୍ୱର୍ଗସ୍ଥାନ           ା ୪ ।

ଏଣୁ କରି ଆରେ ମନ, ଖ୍ରୀଷ୍ଟେ ଦେଇ ଦେହ ପ୍ରାଣ

ଇହ ପର ସୁକଲ୍ୟାଣ ପ୍ରଚୁର ହୁଅ ପ୍ରାପଣ ା ୫ । 

 

ହେ ପ୍ରଭୁ, କର କଲ୍ୟାଣ           ଯେହ୍ନେ ମୁହିଁ 

ଦେହ ପ୍ରାଣ ସମର୍ପି ତବ ଚରଣ ସେବିବି ଯାବଜ୍ଜୀବନ            ା ୬ ।

Leave a comment

Your email address will not be published. Required fields are marked *