he mono moro no paasoro

ହେ ମନ ମୋର,

ନ ପାସୋର ନ ପାସୋର ତାଙ୍କୁ । ଘୋଷା । 

 

ଯେଉଁ ପ୍ରିୟ ବନ୍ଧୁ ମୋ ଦୁଃଖ ସନ୍ତାପ,

ଭୋଗିଥିଲେ ମୋର ପାପ ଅଭିଶାପ,

ଆଉ ମୋ ବଦଳେ ଜୀବନ ତେଜିଲେ,

ପାସୋରି ଯିବି କି ତାଙ୍କୁ ?         ା ୧ ।

କରିବାକୁ ମୋତେ ପାପୁଁ ପରିଷ୍କାର

ଢାଳିଲେ ଆପଣା ଅମୂଲ୍ୟ ରୁଧିର,

କଲେ ଶୁଭ୍ରବର୍ଣ୍ଣ ହିମ ସରିସମ,

ପାସୋରି ଯିବି କି ତାଙ୍କୁ ? । 

 

ଈଶ୍ୱରଙ୍କ ସଙ୍ଗେ ମୋତେ ମିଳାଇଲେ,

ରାଜା ପୁରୋହିତ ପଦରେ ସ୍ଥାପିଲେ,

କଲେ ନିଜ ମହା ଗୌରବର ଭାଗୀ,

ପାସୋରି ଯିବି କି ତାଙ୍କୁ ?         ା ୩ ।

ଯା’ଙ୍କୁ ପ୍ରେମ ତ୍ରିଭୁବନେ ଅନୁପମ,

ଯା’ଙ୍କ ପ୍ରେମ ବୋଧ ଜ୍ଞାନର ଅଗମ୍ୟ,

ଯା’ଙ୍କ ପ୍ରେମ ଦାବୀ କରେ ଦେହ ପ୍ରାଣ,

ପାସୋରି ଯବି କି ତାଙ୍କୁ ?         ା ୪ ।

ଦୂରେ ଯାଉ ପାପ ଅଧର୍ମର ପ୍ରେମ,

ଦୂରେଇ ଯାଉ ଏ ଅନିତ୍ୟ ଜଗଦ୍ଧନ,

ଯାଉ ହେ ପାସୋର ଜ୍ଞାତି ପରିବାର,

ପାସୋରିବି ନାହିଁ ତାଙ୍କୁ          ା ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *