mono aatma jishunku debi tanku sebibi

ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି;

ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା ।

ଯୀଶୁ ମୋର ସୃଷ୍ଟିକର୍ତ୍ତା, ମୋ ଆତ୍ମାର ସେ ବେବର୍ତ୍ତା;

ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ ।

ଯୀଶୁ ମୋ ଜୀବନାକର, ସତ୍ୟ ଜ୍ୟୋତିଃ ସେ ମୋହର;

ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ ।

ଯୀଶୁ ମୋତେ ପ୍ରେମ କଲେ, ମୋ ପାଇଁ ସେ ପ୍ରାଣ ଦେଲେ;

ତାଙ୍କୁ ପ୍ରେମ ମୁଁ ନ କଲେ ଆତ୍ମଘାତୀ ହୋଇବି । ୩ ।

ଯୀଶୁ କେଡ଼େ ମନୋହର,          ସର୍ବାଙ୍ଗରେ ସେ ସୁନ୍ଦର;

ହୃଦ-ମନ୍ଦିରେ ବସାଇ ତାଙ୍କୁ ପୂଜା କରିବି । ୪ ।

ଯୀଶୁ ଜିତେନ୍ଦ୍ରିୟ ବର, ପାପହର୍ତ୍ତା ଧର୍ମବୀର;

ମୃତ୍ୟୁଞ୍ଜୟ ନରେଶ୍ୱର, ମୁଁ କି ବର୍ଣ୍ଣି ପାରିବି । ୫ ।

Leave a comment

Your email address will not be published. Required fields are marked *

One thought on “mono aatma jishunku debi tanku sebibi”