ମନ କିପାଇଁ ମୁହିଁ
ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା ।
କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର,
ଅନେକ ଆପଦ ଭୟ ସଙ୍କଟ କରିଛି ଜୟ,
ଏବେ କି ହଟିବି ପଛେ କାତର ହୋଇ ? । ୧ ।
କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ !
ଏଡ଼େ ସାଧ ଯହିଁ ପାଇଁ କରି ଆସିଅଛି ମୁହିଁ,
ବସିବି କି ତାର ଦ୍ୱାରେ ଦୁଃଖକୁ ଧ୍ୟାୟୀ ? । ୨ ।
ଯୀଶୁ ମୋହରି ଆଗେ ଯାଇଛନ୍ତି ବାରେ ତାକୁ ହୋଇଣ ପାରି,
ଏବେ ସେ ମୁକୁଟ ଧରି ଡାକନ୍ତି ହସ୍ତ ବିସ୍ତାରି,
ନ ଯିବି ତାଙ୍କ ଡାକ ଶୁଣି ମୁଁ ଧାଇଁ ? । ୩ ।
ନାହିଁ ହେ ନାହିଁ ନାହିଁ, ନିଶ୍ଚୟେ ପଶିବି ମୁଁ ସେ ଯର୍ଦ୍ଦନେ ଯାଇ,
ତାର ଗଭୀର କଲ୍ଲୋଳ ହେଉ ପଛକେ ପ୍ରବଳ
ପ୍ରଭୁ ବଳେ ନିଶ୍ଚେ ପାରି ହୋଇବି ମୁହିଁ । ୪ ।