ମୁହିଁ କି ଦେଇ କି ଧନ ନେଇ ଶୁଝିବି ଯୀଶୁ ପ୍ରେମ ?
ରତ୍ନ ସୁବର୍ଣ୍ଣ ନୁହେଁ ସମାନ ଦେବାକୁ ପ୍ରତିଦାନ । ଘୋଷା ।
ଆହା ଏକି ପ୍ରେମ ମୋ ପ୍ରାଣ କାରଣ ଯୀଶୁ କଲେ ନିଜ ପ୍ରାଣଦାନ,
ସହିଲେ କଷଣ ନିନ୍ଦା ଦୂଷଣ କେତେ ଅପମାନ ା ୧ ।
ହେବାକୁ ନିର୍ମଳ ପାପ ଦାଗ ମୋର ସେହି ଢାଳିଲେ ଆପଣା ରୁଧିର,
ପାପଭାର ବହି ଶୁଝିଛନ୍ତି ସେହି ମୋର ପାପ ଋଣ ା ୨ ।
ମୋର ଶାନ୍ତି ପାଇଁ କେତେ ଶାସ୍ତି ସହି ସମର୍ପିଲେ ଯୀଶୁ ଦେହ ଜୀବନ
ହୋଇଲେ ନିଧନ କରିବାକୁ ଦାନ ମହା ପରିତ୍ରାଣ ା ୩ ।
ହେ ପ୍ରେମସାଗର ଈଶ୍ୱର କୁମର, ତୁମ୍ଭଙ୍କୁ ଦେବାକୁ କି ଅଛି ମୋର ?
ମୁହିଁ ଅଭାଜନ କରଇ ଅର୍ପଣ ଶ୍ରୀଚରଣେ ଦେହ ପ୍ରାଣ ା ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.