jishu hai tumbhoro ki aascharjya premo otte

ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ  ା ଘୋଷା । 

 

ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ,

ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ   ା ୧ । 

 

ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ,

ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ ହେ । ୨ ।

 

ଅନ୍ୟେ ନାହିଁ ତୃପ୍ତି, ନାହିଁ ମନେ ତୁଷ୍ଟି ହେ ପ୍ରଭୁ ତୁମ୍ଭ ବିହୁନେ ହେ,

ତୁମ୍ଭେ ମୋର ବଳ, ତୁମ୍ଭେ ମୋର ଢାଲ, ତୁମ୍ଭେ ମୋର ପରିତ୍ରାଣ ହେ । ୩ । 

 

ହେ ପ୍ରେମ କିରଣ, ଆସ ହେ ବହନ, ଉଦେ ହୁଅ ମୋର ମନେ ହେ,

ଦୂର କରି ଶୋକ ମୋର ଭୟ ଦୁଃଖ ପ୍ରେମେ ତୃପ୍ତ କର ମନ ହେ        ା ୪ ।

Leave a comment

Your email address will not be published. Required fields are marked *