ମୁହିଁ ନୁହଇ ଲଜ୍ଜିତ
ହୋଇଲେ ଖ୍ରୀଷ୍ଟଙ୍କ ଲାଗି ଜଗତେ ନିନ୍ଦିତ । ଘୋଷା ।
କରିବାକୁ ଅଙ୍ଗୀକାର ସୁନ୍ଦର ନାମ ତାଙ୍କର
ହୋଇବାକୁ ତାଙ୍କ କ୍ରୁଶ କାଷ୍ଠେ ଦର୍ପଚିତ୍ତ । ୧ ।
ଯୀଶୁ ମୋହର ତାରକ, କି କରିବ ନିନ୍ଦା ଦୁଃଖ ?
ତାଙ୍କ ନାମ ଅଟେ ମୋର ବହୁମୂଲ୍ୟ ବିତ୍ତ । ୨ ।
ଜଗତ ନିବାସୀଗଣ କଲେ ମୋତେ ଅପମାନ
ତଥାପି ମୁଁ ଯୀଶୁ ନାମେ ହେବି ହୃଷ୍ଟଚିତ୍ତ । ୩ ।
ଜଗନ୍ନିବାସୀ ସମସ୍ତ କଲେ ମୋତେ ଲଜ୍ଜାନ୍ୱିତ
ତଥାପି ଏଥିରେ ମୋର ସୁପ୍ରତ୍ୟୟ ଚିତ୍ତ । ୪ ।
ମୋତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନ କରିବେ ଲଜ୍ଜାନ୍ୱିତ
ନୋହିବ ମୋର ଭରସା କେବେ ଦୂରୀକୃତ । ୫ ।
ମୁଁ ଜାଣେ ନାମ ତାଙ୍କର, ତାଙ୍କରେ ବିଶ୍ୱାସ ମୋର
ନ କରିବେ ମୋତେ ଦୂର, ମୁଁ ତାହାଙ୍କ କ୍ରୀତ । ୬ ।
ମହା ବିଚାର ପର୍ଯ୍ୟନ୍ତ କରିବେ ରକ୍ଷା ନିତାନ୍ତ
ତାଙ୍କ ହସ୍ତେ ଯାହା ମୋର ଅଛି ସମର୍ପିତ । ୭ ।
ଶେଷେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜ ପିତାଙ୍କ ସାକ୍ଷାତ
କରିବେ ସ୍ୱୀକାର ମୋର ନାମ ଯେ ନିତାନ୍ତ । ୮ ।