nuhoyee muhin niraasho kole dhuli

(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ,

ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା ।

ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ

ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ ।

ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ,

ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ ।

ଅବା ଅପମାନରେ ଶୋଇଥିଲେ କବରେ

ଉଠିବି ମୁଁ ଗୌରବରେ, ଘୁଞ୍ôଚବ ଅପମାନ । ୩ ।

 

ପାଇ ଅକ୍ଷୟ ଦେହ   କରି ମୃତ୍ୟୁକୁ ଜୟ 

ସୂର୍ଯ୍ୟ ପ୍ରାୟ ତେଜସ୍କର ହୋଇବ ମୋ ବଦନ । ୪ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *